ଜାମନଗରରେ ଭାରତ ମାତା କି ଜୟ ସ୍ବର …

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ୧୫୦ ଜଣ ଦୂତାବାସ କର୍ମଚାରୀଙ୍କୁ ଧରି ବିମାନଟି ଅବତରଣ କରିବା ମାତ୍ରେ ଉପସ୍ଥିତ ଲୋକେ ଭାରତ ମାତା କି ଜୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ସଭିଙ୍କୁ ବେଶ୍‌ ଭାବୁକ କରିଥିବାର ଦେଖିବାକୁ ମିଳିଥିଲା। କେତେକ ଯାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଫୁଲ ମାଳ ପିନ୍ଧା ଯାଇ ସ୍ବାଗତ କରାଯାଇଥିଲା।