ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ ଯାନବାହନ, ଦୋକାନ ବଜାର ବନ୍ଦ ରହିଥିବା ଦେଖାଦେଇଛି। ତେବେ ମୟୂରଭଞ୍ଜ ଜିଲାର ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ଏହାର ପ୍ରଭାବ ଦେଖାଦେଇଛି। ଧାନକିଣାରେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ, ଶ୍ରମିକମାନଙ୍କୁ ସର୍ବନିମ୍ନ ୭୦୦ଟଙ୍କା ମଜୁରୀ ପ୍ରଦାନ, ଭିବିଜି ରା ଜି ୨୦୨୫ ଆଇନ ବାତିଲ, ମନରେଗା କାର୍ଯ୍ୟର ନିୟମ ପରିବର୍ତ୍ତନ, ସମସ୍ତ ପ୍ରକାରର ଭତ୍ତା ବୃଦ୍ଧି ଇତ୍ୟାଦି ପ୍ରସଙ୍ଗରେ ବନ୍ଦ ଡାକରା ଦିଆଯାଇଛି। ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ସ୍କୁଲ, କଲେଜ, ସମସ୍ତ ଦପ୍ତର କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।