ଭଞ୍ଜନଗର,୨୦।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଡିଏଭି ସ୍କୁଲ ଛାତ୍ରୀଛାତ୍ରମାନେ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡାରେ ଅନୁଷ୍ଠିତ କ୍ଲଷ୍ଟର/ଜେନେରାଲ ଖେଳ – ୨୦୨୫ରେ ଭାଗ ନଇ ତାଇକୋଣ୍ଡରେ ବେଶ ସଫଳତା ପାଇଛନ୍ତି। ଏଥିସହ ବିଦ୍ୟାଳୟକୁ ସାମଗ୍ରିକ ଚ୍ୟାମ୍ପିୟନ ସ୍କୁଲ ଭାବେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ବିଦ୍ୟାଳୟ କତୃପକ୍ଷ ଏବଂ ଅଭିଭାବକ, ଛାତ୍ରୀଛାତ୍ରମାନେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟୁଷ କୁମାର ପ୍ରଧାନ, କେ. ସୂର୍ଯ୍ୟ ପ୍ରକାଶ ରାଓ ବିଭିନ୍ନ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଏଥିସହ ସମୀରା ପତ୍ର, ରାହିନି ପଣ୍ଡା , ଆୟୁଷ ପଣ୍ଡା,ଦୁର୍ଗା ପ୍ରସାଦ ପ୍ରଧାନ, ତ୍ରିୟଂଶ ସୁଭଦର୍ଶୀ, ଅଦିତ୍ୟ ସାହୁ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ସମସ୍ତ ପଦକ ବିଜେତା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି । ଯାହା ସ୍କୁଲ ପାଇଁ ଗର୍ବର ବିଷୟ।