ଦୁର୍ଗା ପୂଜା ପାଇଁ ଭଞ୍ଜନଗର ଚଳଚଞ୍ଚଳ, ସନ୍ଧ୍ୟାରେ ଜମୁଛି…

ଭଞ୍ଜନଗର,୩୦।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଦୁର୍ଗା ପୂଜା ପାଇଁ ସହର ଚଳଚଞ୍ଚଳ ହୋଇପଡିଛି। ପ୍ରତିଦିନ ବିଭିନ୍ନ ପୂଜା ମଣ୍ଡପରେ ଭଜନ ସା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି। ସହରର ଜଳସମ୍ପଦ ବିଭାଗ, ରାଜ୍ୟ ସଡକ ପରିବହନ ନିଗମ, ଭଞ୍ଜ ସାହିତ୍ୟ ପରିଷଦ ଏବଂ ରେଡକ୍ରସ ରୋଡରେ ଦୁର୍ଗା ପୂଜା ପାଳନ ହେଉଛି। ଏଥିସହ ତହସିଲ କାର୍ଯ୍ୟାଳୟ ପରିସରରେ ମଧ୍ୟ ପୂଜା ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଙ୍ଗଳବାର ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଜଳସମ୍ପଦ ପୂଜା ମଣ୍ଡପ ପରିଦର୍ଶନ ସମୟରେ ବିଡେ କା ସଭାପତି ଇଁ ସୀମାଞ୍ଚଳ ସାହୁ, ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ସହକାରୀ ଯନ୍ତ୍ରୀ ରଶ୍ମୀ ରଞ୍ଜନ ରଥ,ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର,ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଟୁ ପ୍ରସାଦ ପ୍ରଧାନ, ଏମ୍‌ପି ପ୍ରତିନିଧି ରବିନ୍ଦ୍ର ଗୌଡ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share