ଭଞ୍ଜନଗର ବନ୍ଦ ପ୍ରଭାବ: ଯାତାୟାତ ଠପ୍‌

ଭଞ୍ଜନଗର,୧୨।୨(ବାବୁଲା ପ୍ରଧାନ): ବିଭିନ୍ନ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭଞ୍ଜନଗରରେ ମଧ୍ୟ ପଡ଼ିଛି। ବାମପନ୍ଥୀ ସଂଗଠନ ଗୁଡ଼ିକ ଆଜି ସକାଳୁ ସକାଳୁ ସହରର ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସହର ଦେଇ ବସ, ଟ୍ରକ ଯାତାୟାତ ବନ୍ଦ ଅଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ପ୍ରାୟ ବନ୍ଦ ଅଛି। ଆଉ କେତେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଖୋଲାଥିବା ଜଣାପଡିଛି। କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଦେଇଛି। ପୋଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

Dharitri – Odisha’s No.1 Odia Daily

 

Share
Tags: Bharat Bandh