ଭଞ୍ଜନଗର ଆର୍‌ଟିଓଙ୍କ ଅଭିନବ ପ୍ରୟାସ: ହେଲମେଟ୍‌ ପିନ୍ଧି ନ ଥିଲେ ରାଖୀ ବାନ୍ଧି ସଚେତନ

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)
ପକ୍ଷରୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଶୁକ୍ରବାର ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ସହରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏହି ସମୟରେ ରାସ୍ତାରେ ଯେଉଁମାନେ ହେଲମେଟ୍‌ ନ ପିନ୍ଧି ବାଇକ୍‌ରେ ଯାଉଛନ୍ତି ସେମାନଙ୍କୁ ରାଖୀ ବାନ୍ଧି ସଚେତନତା କରାଯାଉଛି।

ଏହି ଅବସରରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛକରେ ଲୋକଙ୍କୁ ସଚେତନ କରାଯାଇଥିଲା। ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ସୁଶାନ୍ତ କୁମାର ମଲ୍ଲିକ, ଏମ୍‌ଭିଆଇ ଶର୍ମିଳା ମହାରଣା, ଭଞ୍ଜନଗର ନେକ୍ସଟଜେନ୍‌ କମ୍ପ୍ୟୁଟର ଏକାଡେମୀର କର୍ମକର୍ତ୍ତା ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।