ଅବାଧରେ ଚାଲିଛି ନିଶା କାରବାର: ବନ୍ଦ କରିବାକୁ ଆଇଆଇଆସିଙ୍କୁ…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ଶାନ୍ତି ଫେରି ଆସିବା ପାଇଁ ଅବାଧରେ ଚାଲିଥିବା ନିଶା କାରବାରକୁ ବନ୍ଦ କରାଯିବା ଆବଶ୍ୟକ ବୋଲି କିରିକୁଟି ଗ୍ରାମରେ ବୈଠକ କରି ଏ ସମ୍ପର୍କରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ତୁରନ୍ତ କିଟିକୁଟି ଅଞ୍ଚଳରେ ଅବାଧରେ ଚାଲିଥିବା ମଦବ୍ୟବସାୟିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅଞ୍ଚଳରେ ନିଶା କାରବାର ବନ୍ଦ କରିବାକୁ ନିବେଦନ କରାଯାଇଛି। ଏନେଇ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଆଇଆଇଆସି ଏନେଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share