ପିସିସି ସଭାପତି ହେବା ପରେ ନିଜ ମାଟିକୁ ଫେରିଲେ ଭକ୍ତ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ୬୪ କି.ମି. …

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ):ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ପରେ ପ୍ରଥମଥର ପାଇଁ  ନିଜ ମାଟି ଭବାନୀପାଟଣାକୁ ଫେରିଛନ୍ତି। ସକାଳେ ତାଙ୍କ ବାସଭବନରେ ଜିଲାର କୋଣ ଅନୁକୋଣରୁ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ ପହଞ୍ଚତ୍ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ପିସିସି ସଭାପତି ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଆସନ୍ତା ଦିନରେ ଓଡ଼ିଶା ମାଟି ପାଇଁ ଯେଉଁ ସଂଗ୍ରାମ ହେବ ତାହାକୁ ଆଗକୁ ନେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ସେହି ଆଶୀର୍ବାଦ ଲାଭ କରିବା ପାଇଁ ଆମେ ଗାଡି ମୋଟରରେ ଯିବାକୁ ପସନ୍ଦ କରୁନାହଁୁ। ଭୁବନେଶ୍ୱର ଏୟାର ପୋର୍ଟଠାରୁ ପୁରୀକୁ ଆମେ ୬୪କି.ମି. ପାଦରେ ଚାଲିକି ଯିବୁ। ୩ଦିନର ଏହି ପଦଯାତ୍ରା ହେବ ଓ ଏଥିରେ ୫ହଜାର ଲୋକ ସାମିଲ ହେବେ। ଏହି ସଂକଳ୍ପ ଯାତ୍ରା ଜରିଆରେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବୁ। ସେହିପରି ସୁରେଶ କୁମାର ରାଉତରାୟଙ୍କ ଭଳି ପୁରୁଖା ନେତାମାନଙ୍କୁ ପୁଣିଥରେ କଂଗ୍ରେସକୁ ଆସିବା ପାଇଁ ଆମେ ସ୍ବାଗତ କରିବୁ ବୋଲି ସେ କହିଥିଲେ।

Share