ରାମ ମନ୍ଦିରର ଭବ୍ୟ ଉଦଘାଟନ ସମାରୋହରେ ବିଶେଷ ଅତିଥି ହେବେ ଭଜନ ସମ୍ରାଟ ଅନୁପ ଜଲୋଟା

ମୁମ୍ବାଇ,୨୦।୧୨: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଅର୍ଥାତ୍‌ ୨୨ ଜାନୁୟାରୀ ୨୦୨୪ରେ ହେବ। ରାମ ମନ୍ଦିରର ଉଦଘାଟନକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏହି ବିଶେଷ ଉତ୍ସବରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ରାଜନୀତି, ଶିଳ୍ପ ଏବଂ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେବେ। ଏହି କାର୍ଯ୍ୟକ୍ରମ ପାଇଁ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି।
ଭଜନ ସମ୍ରାଟ ଅନୁପ ଜଲୋଟା ରାମ ମନ୍ଦିର ଉଦଘାଟନୀ ସମାରୋହରେ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ ପାଇଛନ୍ତି, ଯାହା ବିଷୟରେ ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହିତ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ସେ କହିଛନ୍ତି ଯେ ଜୀବନ ସହ ଜଡିତ ଏହି ଐତିହାସିକ ସମାରୋହରେ ଯୋଗଦେବା ତାଙ୍କର ସୌଭାଗ୍ୟ। ଆହୁରି ମଧ୍ୟ ତିନି ଦିନ ପୂର୍ବେ ସେ ଅଯୋଧ୍ୟା ମନ୍ଦିର ସହ ଜଡିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୀତ ଗାଇବା ସହ ଏକ ବିଶେଷ ଉପସ୍ଥାପନା କରିଥିଲେ, ତଥାପି ୨୨ ଜାନୁୟାରୀରେ ଗୀତ ଗାଇବା ଭଳି କୌଣସି କାର୍ଯ୍ୟକ୍ରମ ନାହିଁ ବୋଲଇ ସେ କହିଛନ୍ତି।