ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତି ବିଶେଷ ଫୁଲତୋଡ଼ା ଓ ନେଇ ଯାଇଥାନ୍ତି l କିନ୍ତୁ ୨୦୨୬ ଜାନୁଆରୀ ୧ ତାରିଖ ଗୁରୁବାର ପଡୁଥିବା ବେଳେ ଏସ୍‌ପି ଅଫିସକୁ ଏସବୁ ନେଇ ନଯିବା ପାଇଁ ନୋଟିସ ବୋର୍ଡରେ ନୋଟିସ ଲାଗିଛି l ଯାହାକୁ ନେଇ ଭଦ୍ରକରେ ଚର୍ଚ୍ଚା ଆରମ୍ଭ ହୋଇଛି l

Dharitri – Odisha’s No.1 Odia Daily