Team EF Education rider Italy's Alberto Bettiol celebrates as he crosses the finish line to win the 18th stage of the Giro d'Italia 2021 cycling race, 231km between Rovereto and Stradella on May 27, 2021. (Photo by Luca Bettini / AFP) (Photo by LUCA BETTINI/AFP via Getty Images)
ରୋମ୍, ୨୮ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍ର ୧୮ତମ ରେସ୍ ଇଟାଲିର ଅଲବର୍ଟୋ ବେଟିଅଲ (ଟିମ୍ ଇଏଫ୍ ଏଜୁକେଶନ ନିପ୍ପୋ) ଜିତିଛନ୍ତି। ରେସ୍ର ଶେଷ ପର୍ଯ୍ୟାୟରେ ପ୍ରଥମେ ଆୟର୍ଲାଣ୍ଡର ନିକୋଲାସ ରୋଚ୍ (ଟିମ୍ ଡିଏସ୍ଏମ୍) ଏବଂ ପରେ ଫ୍ରାନ୍ସର ରେମି କାଭାଗ୍ନା (ଡିସେନିକ୍-କ୍ୱିକ୍ଷ୍ଟେପ୍) ବାରମ୍ବାର ତାଙ୍କୁ ଟକ୍କର ଦେଇଥିଲେ। ମାତ୍ର ଉଭୟେ ବିଫଳ ହୋଇଥିଲେ। ତେବେ ରୋଚ୍ ଇଟାଲିର ସିମୋନ୍ କନ୍ସୋନି(କୋଫିଡିସ୍)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କାଭାଗ୍ନା ୮ମ ହୋଇଥିଲେ। ୧୮ତମ ଷ୍ଟେଜ୍ ରୋଭେରେଟୋଠାରୁ ଷ୍ଟ୍ରାଡେଲା ପର୍ଯ୍ୟନ୍ତ ୨୩୧ କିଲୋମିଟର ବିଶିଷ୍ଟ ଥିଲା। ବେଟିଅଲ ନିଜ ମାଟିରେ ପ୍ରଥମ ଥର ବିଜୟ ଲାଭ କରିଥିବାବେଳେ ତାଙ୍କ ଟିମ୍କୁ ଚଳିତ ବର୍ଷ ପ୍ରଥମ ଥର ଷ୍ଟେଜ ବିଜେତା କରିପାରିଛନ୍ତି। ଜେନେରାଲ କ୍ଲାସିଫିକେଶନରେ କଲମ୍ବିଆର ଇଗାନ୍ ବର୍ନାଲ ଗୋମେଜ୍ (ଇନୋସ୍ ଗ୍ରେନେଡିଅର୍ସ), ଇଟାଲିର ଡାମିଆନୋ କାରୁସୋ (ବାହାରିନ୍ ଭିକ୍ଟୋରିଅସ୍) ଏବଂ ଗ୍ରେଟ୍ ବ୍ରିଟେନର ସିମନ୍ ୟେଟ୍ସ (ଟିମ୍ ବାଇକ୍ ଏକ୍ସଚେଞ୍ଜ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।