ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିଥିଲେ। ଉକ୍ତ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସ୍କ୍ରିନ୍‌ପ୍ଲେ ପୁରସ୍କାର ମିଳିଛି। ଉକ୍ତ ଚଳଚ୍ଚିତ୍ରର କାହାଣୀ ଅନୁପମ ଅଭିଷେକ ଦୀକ୍ଷିତ ଏବଂ ଅଙ୍କୁର ସୁମନ ଲେଖିଥିଲେ। ଗତ ଶନିବାର ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ତାଙ୍କ ଅଭିନୀତ ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ଚର୍ଚ୍ଚା ହୋଇଥିବାରୁ ଶୁଭାଙ୍ଗୀ ଏଥିପାଇଁ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତନଭି ଚରିତ୍ରରେ ଅଭିନୟ କରିଥିବା ଶୁଭାଙ୍ଗୀ ପୁରସ୍କାର ପାଇଥିବାରୁ ଅତ୍ୟନ୍ତ ସ୍ବତନ୍ତ୍ର ଅନୁଭବ କରୁଥିବା କହିଛନ୍ତି। ଅନୁପମ ଖେର୍‌ ତାଙ୍କ ଉପରେ ବିଶ୍ୱାସ ରଖିବା ସହ ଗାଇଡ୍‌ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପୁରସ୍କାର ଆମର ସମ୍ପୂର୍ଣ୍ଣ ଟିମ୍‌ ପାଇଁ ବୋଲି ଏକ ବିବୃତିରେ ଶୁଭାଙ୍ଗୀ କହିଛନ୍ତି।

 

Dharitri – The Largest & Most Trusted Odia Daily