These are beautifull birds called "Painted Stroks" that are found in the entire area of southern India.
ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ବନଖଣ୍ଡ ଅଧୀନ ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ଓ ସାମନ୍ତିଆପଲ୍ଲୀ ରେଞ୍ଜରେ ପକ୍ଷୀ ଗଣନା ହେବ। ଏହି ୪ ରେଞ୍ଜ ପାଇଁ ମୋଟ ୩୮ ଗଣନାକାରୀ ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ ୪/୫ କର୍ମଚାରୀ ନିୟୋଜିତ କରାଯାଇଛି। ଚଳିତବର୍ଷ ତାପମାତ୍ରା ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବଢ଼ିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶା କରୁଛନ୍ତି। ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା କରାଯାଇଥାଏ। ବ୍ରହ୍ମପୁର ବନଖଣ୍ଡ ରେଞ୍ଜରେ ୧୦, ଖଲ୍ଲିକୋଟ ରେଞ୍ଜରେ ୯ ଗଣନାକାରୀ ଦଳ ଗଠନ କରାଯାଇଛି। ଦିଗପହଣ୍ଡି ରେଞ୍ଜ ପାଇଁ ୧୩ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ପାଇଁ ୬ ଲେଖାଏ ଗଣନାକାରୀ ଦଳ ନିୟୋଜିତ ରହିବେ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫଓ) ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା ବେଳେ ଉପକୂଳ ଅଞ୍ଚଳର ଉଷ୍ମ ଆର୍ଦ୍ରଭୂମିକୁ ଗୁରୁତ୍ୱ ଦିଆଯିବ। ଏଭଳି ଅଞ୍ଚଳରେ ବିଦେଶୀ ପକ୍ଷୀ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଗଞ୍ଜାମ ଜିଲାର ଏଭଳି ଅଞ୍ଚଳ ଅଧିକ ସଂଖ୍ୟାରେ ଦେଖୁବାକୁ ମିଳୁଛି। ଉଷ୍ମ ଆର୍ଦ୍ରଭୂମି ଅଞ୍ଚଳରେ ଜଳବାୟୁ ଉଷ୍ମ ରହିଥାଏ। ଫଳରେ ବିଦେଶୀ ପକ୍ଷୀଙ୍କୁ ତାହା ବେଶ୍ ଆକୃଷ୍ଟ କରିଥାଏ।