Categories: Home Leftଖେଳ

ବେଙ୍ଗାଲୁରୁ ଦଳାଚକଟା: ପ୍ରଥମ ଥର ମୁହଁ ଖୋଲିଲେ କୋହଲି

ବେଙ୍ଗାଲୁରୁ,୩ା୯: ଗତ ଜୁନ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ବିରାଟ କୋହଲି ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି ଘଟଣାରେ ୧୧ ଜଣ ପ୍ରଶଂସକଙ୍କର ମୃତ୍ୟୁ ଘଟିଥିଲା।

ଜୀବନରେ କିଛି ବି ତୁମକୁ ଜୁନ ୪ ତାରିଖ ଭଳି ହୃଦୟ ବିଦାରକ ଘଟଣା ଲାଗି ପ୍ରସ୍ତୁତ କରେ ନାହିଁ। ଯାହା ଆମ ଫ୍ରାଞ୍ଚାଇଜର ଇତିହାସର ସବୁଠୁ ସୁଖଃଦ ମୁହୂର୍ତ୍ତ ହେବାର ଥିଲା, ତାହା ଆମ ପାଇଁ ଏକ ଦୁଃଖଦ ଘଟଣାରେ ପରିଣତ ହେଲା।

ସେହି ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇ ଦେଲୁ ଓ ଯେଉଁ ପ୍ରଶଂସକମାନେ ଆହତ ହେଲେ ସେମାନଙ୍କ ପରିବାର ବର୍ଗଙ୍କ ଲାଗି ମୁଁ ପ୍ରାର୍ଥନା କରୁଥିଲି। ତୁମେ ଯାହା ହରାଇଛ, ତାହା ଏବେ ଆମ କାହାଣୀର ଅଂଶ। ଆମେ ଏକାଠି ପରସ୍ପରର ଯତ୍ନ, ପରସ୍ପର ପ୍ରତି ସମ୍ମାନ ଓ ଦାୟିତ୍ୱ ସହ ଆଗକୁ ବଢ଼ିବା ବୋଲି କୋହଲି କହିଥିବା ନେଇ ଆର୍‌ସିବି ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।