ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା। ଯେ କୌଣସି ତରକାରି ପ୍ରସ୍ତୁତିରେ ଏହାର ଆବଶ୍ୟକତା ପଡିଥାଏ। ଆଳୁରେ ଆଇରନ୍‌, ଫସଫେଟ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଜିଙ୍କ୍‌ ଭରି ରହିଛି। ଏହାକୁ ଖାଇଲେ ଶରୀର ପାଇଁ ବେଶ୍‌ ଉପକାରୀ। ଯେହେତୁ ଆଳୁରେ ଫାଇବର ଭରି ରହିଛି, ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ତାହା ଶରୀରରେ କୋଲେଷ୍ଟରଲ ପରିମାଣକୁ ସନ୍ତୁଳିତ ରଖିଥାଏ। ଏହା ମଧ୍ୟ ହୃଦ୍‌ରୋଗ ଆଶଙ୍କା ଅନେକାଂଶରେ କମାଇଥାଏ। ଆଳୁରେ ‘ଫୋଲେଟ୍‌’ ନାମକ ତତ୍ତ୍ୱ ରହିଛି, ଯାହା କ୍ୟାନ୍‌ସର କୋଷକୁ ବଢ଼ିବାକୁ ଦେଇ ନ ଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।