6 Good Reasons to Eat a Banana Today
ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ। କଦଳୀରେ ପ୍ରୋଟିନ୍, ଫାଇବର୍, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ଭିଟାମିନ୍ ଏ ଓ ଭିଟାମିନ୍ ବି-୬ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ଭରି ରହିଥାଏ। ଖାସ୍ କରି ଏଥିରେ ଥିବା ଉପକାରୀ ଫାଇବର୍ ଗୁଣ ଯୋଗୁ ଏହାକୁ ସେବନ କଲେ ଓଜନ କମିବାରେ ସହାୟକ ହେବା ସହ ପାଚନ କ୍ରୀୟା ସୂଚାରୁ ରୂପେ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାଯାଇଛି ଯେ, କଦଳୀରେ ପୋଟାସିୟମ୍ର ଭଲ ମାତ୍ରା ରହୁଥିବାରୁ ଏହାକୁ ନିୟମିତ ବ୍ୟବଧାନରେ ଖାଇଲେ ଶରୀରରେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହ ହୃତପିଣ୍ଡ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ଏହା ବେଶ୍ ସହାୟକ ହୋଇଥାଏ। ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ କଦଳୀ ବେଶ୍ ଉପକାରୀ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ ବି-୬ର ଅଭାବ ହେଲେ ବ୍ୟକ୍ତିଙ୍କର ମସ୍ତିଷ୍କ କାର୍ଯ୍ୟପ୍ରଣାଳୀ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଯେହେତୁ କଦଳୀରେ ଭିଟାମିନ୍ ବି-୬ର ଭଲ ମାତ୍ରା ରହୁଛି ତେଣୁ ଏହାକୁ ଖାଇଲେ ମସ୍ତିଷ୍କ ଠିକ୍ ରହିବା ସହ କାର୍ଯ୍ୟ କରିବାକୁ ଇଚ୍ଛାଶକ୍ତି ବୃଦ୍ଧି ପାଇଥାଏ।