Categories: Home Leftଖେଳ

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସଫା ସଫା କହି ଦିଆଯାଇଥିଲା।

ଏହା ବ୍ୟତୀତ ରାଜକୋଟ ଟେଷ୍ଟ ପୂର୍ବରୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ସପ୍ତାହ ବ୍ୟାପି ଥିବା ସମୟରେ ତାଙ୍କୁ ଘରୋଇ କ୍ରିକେଟ ଖେଳି ନିଜର ଲୟ ଫେରିବାକୁ କୁହାଯାଇଥିଲା। ଯଦି ସେ ବିଶାଖାପାଟନମ୍‌ର ଦ୍ୱିତୀୟ ଇନିଂସରେ ମୂଲ୍ୟବାନ ଶତକ କରି ନ ଥାନ୍ତେ, ତେବେ ସେ ମୋହାଲିକୁ ଯାଇଥାନ୍ତେ, ଯେଉଁଠାରେ ପଞ୍ଜାବ ଫେବୃଆରୀ ୯ ରୁ ରଣଜୀ ଟ୍ରଫିରେ ଗୁଜରାଟ ସହିତ ମୁକାବିଲା କରିବ।

ଗିଲ୍ ମୋହାଲି ଯାଇ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଖେଳିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିବା ସେମାନେ ଗଣମାଧ୍ୟମକୁ କହିଛନ୍ତି।

ଶୁବମନ ଗତ କିଛି ମ୍ୟାଚରେ ରନ୍‌ ମରୁଡ଼ିର ସମ୍ମୁଖୀନ ହେଉଥିଲେ। ଶେଷ ନଅ ଇନିଂସରେ ୧୫୩ ରନ୍ ସ୍କୋର କରିଥିଲେ , ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୩୬ ଥିଲା। ଯାହାପରେ ଟେଷ୍ଟ ଟିମରେ ତାଙ୍କର ତିନି ନମ୍ବର ସ୍ଥାନ ବିପଦରେ ପଡିଥିଲା। ନିକଟ ଅତୀତରେ ସେ ଉଭୟ ସ୍ପିନର ଏବଂ ପେସର ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହେଉଥିଲେ। ତେବେ ବିଶାଖାପାଟଣା ଟେଷ୍ଟରେ ସେ ନିଜର ତ୍ରୁଟିଗୁଡିକ ସଂଶୋଧିତ କରି ଶତକ ହାସଲ କରିଛନ୍ତି।

 

Share
Tags: Shubman Gill