ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହାଣିଦେଲେ

ମାଲକାନଗିରି,୨।୩(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ପୁର୍ବରୁ ଭାଜପା ନେତାଙ୍କୁ ହାଣି ହତ୍ୟା । ଏଭଳି ଅଭାବନିୀୟ ଘଟଣା ଘଟିଛି ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ। ବିଜାପୁର ଜିଲାର ଭାଜପା ନେତା ତିରୁପତି କୋଟଲା ଶୁକ୍ରବାର ତୋଏନାର ଗାଁକୁ ଏକ ବାହାଘର କାର୍ଯ୍ୟରେ ଯୋଗ ଦେବା ଲାଗି ଯାଉଥିବା ସମୟରେ ମାଓବାଦୀମାନେ ରାସ୍ତାରେ ଅଟକାଇ ତାଙ୍କ ବେକ ଓ ଛାତିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ବିଜାପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ରେ ଭାଜପା ସରକାର ଆସିବା ପରେ ଲାଲ ବାହିନୀ ଉପରେ ଜୋର୍‌ ଦାର ଆକ୍ସନ ଆରମ୍ଭ ହୋଇଛି। ତେଣୁ ଭୟଭୀତ ହୋଇ ମାଓବାଦୀମାନେ ଏପରି ହିଂସା କାଣ୍ଡ ଘଟାଇ ବିଜାପୁର ଜିଲାରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜାପୁର ଏସ୍‌ପି କହିଛନ୍ତି ।

Share
Tags: malkangiri