Categories: Home Leftଖେଳ

ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ଛୁଟି କାଟିବା ପାଇଁ ନେଦରଲ୍ୟାଣ୍ଡ୍ସରେ ପହଞ୍ଚିଲେ ବିରୁଷ୍କା

ଆମଷ୍ଟରଡାମ୍‌,୨୩।୬: ଆସନ୍ତା ମାସ ଜୁଲାଇ ୧୨ରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟିବା ପାଇଁ ନେଦରଲ୍ୟାଣ୍ଡ୍ସରେ ପହଞ୍ଚିଛନ୍ତି। ଗୁରୁବାର କୋହଲି ଏବଂ ଅନୁଷ୍କା ହଲାଣ୍ଡରେ ପ୍ରଶଂସକଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

ଏହି ସମୟରେ କୋହଲି ହାପ୍‌ ଟି-ସାର୍ଟରେ ନଜର ଆସିଛନ୍ତି ଏହା ସହିତ ସେ ଏକ କ୍ୟାପ ଏବଂ ଚଷମା ମଧ୍ୟ ପିନ୍ଧିଥିବା ବେଳେ ଅନୁଷ୍କାଙ୍କୁ ଧଳା ପୋଷାକରେ ଦେଖିବାକୁ ମିଳିଥିଲା। ଉଭୟ ପ୍ରଶଂସକଙ୍କ ସହ ଫଟୋ ପାଇଁ ପୋଜ ଦେଇଥିଲେ। ଏହି ଦୁଇଟି ଚିତ୍ର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ୨ ଟି ଟେଷ୍ଟ, ୩ ଟି ଓଡିଆଇ ଏବଂ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ୧୨ ଜୁଲାଇ ଠାରୁ ଡୋମିନିକାରେ ଖେଳାଯିବାକୁ ଥିବା ଏକ ଟେଷ୍ଟ ମ୍ୟାଚ ସହିତ ଏହି ଯାତ୍ରା ଆରମ୍ଭ ହେବ। ଏହା ପରେ ୨୭ ଜୁଲାଇ ଠାରୁ ଓଡିଆଇ ସିରିଜ ଆରମ୍ଭ ହେବ। ଏଥି ସହିତ ଅଗଷ୍ଟ ୩ରୁ ୫ ମ୍ୟାଚ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ସିରିଜ ଆରମ୍ଭ ହେବ।