ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି। ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା ବାନ୍ଧିଛନ୍ତି । ଏହି ବସା ଗୋଟିଏ କି ୨ଟି ନୁହେଁ, ଶହ ଶହ ବନ୍ଧା ବାନ୍ଧିଥିବା ଜଣାପଡ଼ିଛି। ଗାଁ ସାରା ମହୁମାଛି ବୁଲି ବୁଲି ଖାଦ୍ୟ ସଂଗ୍ରହ କରୁଥିବାବେଳେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ସେହି ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାଉଥିବା ବେଳେ ହଳଦୀ ପଦର ଓ ଜଙ୍ଗଲକୁ ଲୋକଙ୍କ କାର୍ଯ୍ୟପାଇଁ ଯିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି। ସେହିପରି ଉକ୍ତ ରାସ୍ତା ଦେଇ କୋଟଗଡ଼ ବ୍ଲକ ପକାରୀ, ରାଣିପାଙ୍ଗା ଆଦି ଅଞ୍ଚଳକୁ ଲୋକଙ୍କ ଯାତାୟାତ ରହୁଥିବାବେଳେ ଗାଡି ଶବ୍ଦରେ ମହୁମାଛି ଆହୁରି ଉଗ୍ର ହେଉଥିବା ଗ୍ରାମବାସୀ କହିଛନ୍ତି, ଗତ କିଛି ଦିନ ହେଲା ଏହି ମହୁମାଛି ଦଳ ଦଳ ହୋଇ ଲୋକଙ୍କୁ ଆକ୍ରମଣ କରିବା ସହ କଲବଲ କରୁଛନ୍ତି। ଏଥିପ୍ରତି ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।