ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିତାପଡ଼ିଠାରେ ଗୋମାଂସ କଟାଯାଉଥିବା ଖବର ବାଲିଗୁଡ଼ା ବଜରଙ୍ଗଦଳ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସେଠିକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଗୋମାଂସ କଟାଯାଉଥିବା ଦେଖିବା ପରେ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋ-ମାଂସ କାଟୁଥିବା ୩ଜଣଙ୍କୁ ଧରିବାକୁ ଚେଷ୍ଟାକଲା ସମୟରେ ଜଣେ ଚମ୍ପଟ ମାରିଥିଲା। ସେଠାରୁ ଗୋମାଂସକୁ ଜବତ କରିବା ସହ ୨ଜଣକୁ ଘଟଣାସ୍ଥଳରୁ ହିଁ ଗିରଫ କରିଥିଲେ। ଗିରଫ ଦୁଇଜଣ ହେଲେ କାଳିଆ ନାୟକ ଓ ନୋଏଲ ନାୟକ। କେଶ ନଂ. ୧୦୫/୨୫ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଆଇଆଇସି ସମ୍ବିତ ସ୍ବାଇଁ ସୂଚନା ଦେଇଛନ୍ତି।