ଚାଲିଥିଲା ସାବିତ୍ରୀ ପୂଜା: ମାଡ଼ି ଆସିଲେ ମହୁମାଛି, ଆଉ ତା’ପରେ…

ଆନନ୍ଦପୁର/ଘସିପୁରା,୨୬।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): ସାବିତ୍ରୀ ପୂଜା ଚାଲିଥିବା ବେଳେ ଏକ ଅଘଟଣ ସାମ୍‌ନାକୁ ଆସିଛି। ମହୁମାଛି ଆକ୍ରମଣରେ ୨ ଗାଁରୁ ୪ ମହିଳା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କେନ୍ଦୁଝର ଜିଲା ଘସିପୁରା ଥାନା ପୁରୁଣିଆ ଓ ମଙ୍ଗଳପୁର ଗ୍ରାମରେ ସୋମବାର ସାବିତ୍ରୀ ଓଷା ଚାଲିଥିଲା। ସେତିକିବେଳେ ଅଚାନକ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ପୁରୁଣିଆ ଗାଁରେ ୨ଜଣ ମହିଳା ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ସେହିପରି ମଙ୍ଗଳପୁର ଗାଁରେ ରାସ୍ତା ଉପରେ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୨ ଜଣ ମହିଳା ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସାବିତ୍ରୀ ପୂଜା ସମୟରେ ମହୁମାଛି ଆକ୍ରମଣରେ ୨ ଗାଁରୁ ୪ ମହିଳା ଗୁରୁତର। ୫ ଆହତ ହୋଇଛନ୍ତି। ସୂଚନାରୁ ଜଣାପଡିଛି ଘସିପୁରା ଥାନା ପୁରୁଣିଆ ଓ ମଙ୍ଗଳପୁର ଗ୍ରାମରେ ସୋମବାର ସାବିତ୍ରୀ ଓଷା ଚାଲିଥିବା ସମୟରେ ଅଚାନକ ମହୁମାଛି ଆକ୍ରମଣ କରିଥିଲେ ଫଳରେ ପୁରୁଣିଆ ଗାଁରେ ୨ ମହିଳା ଗୁରୁତର ହେବା ସହିତ ୪ ଜଣ ଆହତ ହୋଇଛନ୍ତି। ସେହିଭଳି ମଙ୍ଗଳପୁର ଗାଁରେ ଗାଁ ରାସ୍ତା ଉପରେ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୨ ଜଣ ମହିଳା ଗୁରୁତର ହୋଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।