ବାଡ଼ାବାଙ୍ଗା ସେବାଶ୍ରମରେ ମହୁମାଛି ଆକ୍ରମଣ ଘଟଣା: ବସା ନଷ୍ଟ କଲା ବନ ବିଭାଗ, ସ୍ଥିତି ପରଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣାରେ ସ୍ଥାନୀୟ୨ ପ୍ରଶାସନର ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବନ ବିଭାଗକୁ ବିଡିଓ ଚିଠି ଲେଖିବା ପରେ ବନ ବିଭାଗ ସେବାଶ୍ରମରେ ପହଞ୍ଚି ମହୁମାଛି ବସାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ସହ ସେବାଶ୍ରମ ପଛ ଜଙ୍ଗଲରେ ରହିଥିବା ଏକାଧିକ ମହୁମାଛି ବସାକୁ ବନ ବିଭାଗ ସମ୍ପୂର୍ଣ୍ଣ ନଷ୍ଟ କରିଛି। ଫଳରେ ଏବେ ଆଉ ମହୁମାଛି ଭୟ ଦୂର ହୋଇଥିବା ପ୍ରଶିକ୍ଷକ ପ୍ରାଣବନ୍ଧୁ ନାୟକ କହିଛନ୍ତି, ସ୍ଥିତି ଏବେ ସ୍ବାଭାବିକ ହୋଇଥିବା ସେ କହିଛନ୍ତି।

ସେପଟେ ଘଟଣାର ସ୍ଥିତି ପରଖିବା ପାଇଁ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ବାଡ଼ାବାଙ୍ଗା ସେବାଶ୍ରମରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଛାତ୍ରୀଛାତ୍ର ଅତି ନିକଟରେ ବିଡିଓଙ୍କୁ ପାଇ ବହୁତ ଖୁସି ଅନୁଭବ କରିଛନ୍ତି।