ଗଞ୍ଜେଇ ଚାଲାଣରେ ସୁନ୍ଦରୀ ଯୁବତୀ: ଷ୍ଟେଶନରୁ ମାଡ଼ିବସିଲା ପୋଲିସ…

ମୁନିଗୁଡ଼ା,୧୯।୯ (ନନ୍ଦ କିଶୋର ପଟ୍ଟନାୟକ): ଟ୍ରେନ୍‌ ଯୋଗେ କେରଳକୁ ଗଞ୍ଜେଇ ଚାଲାଣ ବେଳେ ମୁନିଗୁଡ଼ା ପୋଲିସ ରେଳ ଷ୍ଟେଶନ ପରିସରରୁ ୨୧କେଜି ୧୫୦ଗ୍ରାମ ଗଞ୍ଜେଇ ଜବତ କରଛି। ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣେ ଯୁବତୀଙ୍କ ସହ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି l

ଗିରଫ ଅଭିଯୁକ୍ତ ହେଲେ କେରଳ ଥ୍ରୀସୁର ଅଞ୍ଚଳର ମହମ୍ମଦ ସିଆସ(୨୬) ଓ ମହିଳା ସହଯୋଗୀ ସାଭାନା କେ.ଏଚ୍‌. (୨୪। ଏମାନେ ମୁନିଗୁଡା ଅଞ୍ଚଳରୁ ଉକ୍ତ ଗଞ୍ଜେଇ ଆଣି ଟ୍ରେନ୍‌ ଯୋଗେ କେରଳକୁ ଚାଲାଣ କରୁଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ମୁନିଗୁଡା ରେଳ ଷ୍ଟେଶନ ପରିସରରେ ନୂତନ ଭାବେ ତିଆରି ହେଉଥିବା ରେଲକୋଚ୍‌ ରେଷ୍ଟୁରାଣ୍ଟ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମୁନିଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ ଥାନା ଆଇଆଇସି ସୌଦାମିନୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ରେ ଏସ୍‌ଆଇ ବିକାଶ ଦେବନାଥ, ଗୌର ଚନ୍ଦ୍ର ପଣ୍ଡା, ଇଞ୍ଜୁ ଶବର,ଗୋବିନ୍ଦ ଯାକକା, ଜୁଲି କୁମାରୀ ଦାସ ପ୍ରମୁଖ ସେଠାରେ ପହଞ୍ଚି ଯାଞ୍ଚ କରିଥିଲେ । ୨ ଜଣ ଗଞ୍ଜେଇ ଚାଲାଣ ନିମନ୍ତେ ପ୍ରସ୍ତୁତି କରୁଥିବା ସମୟରେ ଏମାନଙ୍କଠାରୁ ଗଞ୍ଜେଇ ଜବତ କରାଯାଇଥିଲା l ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିବାବେଳେ ଏମାନେ ଉକ୍ତ ଗଞ୍ଜେଇ କେରଳକୁ ନେଇ ଯାଉଥିବା ପ୍ରକାଶ କରିଥିଲେ।

ଜବତ ଗଞ୍ଜେଇ ଓଜନ କରିବା ପରେ ଏହା ୨୧କେଜି ୧୫୦ଗ୍ରାମ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଥିଲା। ଏ ନେଇ ମୁନିଗୁଡା ଥାନାରେ କେସ୍‌ ନମ୍ବର ୧୮୫/୨୦୨୫ ରେ ମାମଲା ରୁଜୁକରି ଉଭୟଙ୍କୁ ଶୁକ୍ରବାର କୋର୍ଟକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି l