ନୂଆପଡ଼ା,୧୩ା୧୧ (ମକାରୁ ବେମାଲ): ନୂଆପଡ଼ା ରେଳ ଷ୍ଟେଶନ ପରିସରରେ ବୁଧବାର ଭାଲୁ ଆତଙ୍କ ଦେଖାଦେଇଛି। ସୂଚନା ଅନୁସାରେ ଅପରାହ୍ନ ସାଢ଼େ ୪ଟା ସମୟରେ ରେଳ ଷ୍ଟେଶନ ପରିସରକୁ ନିକଟସ୍ଥ ଜଙ୍ଗଲରୁ ୩ଟି ଭାଲୁ ପଶି ଆସିଥିଲେ। ସେମାନେ କୌଣସି କ୍ଷୟକ୍ଷତି କରି ନ ଥିଲେ ମଧ୍ୟ ଟ୍ରେନ୍ ଅପେକ୍ଷାରେ ଥିବା ଯାତ୍ରୀ ସେମାନଙ୍କୁ ଦେଖି ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ ନୂଆପଡ଼ାଠାରୁ ୩କି.ମି. ଦୂର ସାଲିହା ପାହାଡ଼ରେ ଭାଲୁ କଡିଡର ରହିଛି ସନ୍ଧ୍ୟା ହେଲେ ଭାଲୁ ଖାଦ୍ୟ ଅନ୍ବେଷଣରେ ସହର ଭିତରକୁ ପଶି ଆସୁଛନ୍ତି।