ଗାଁ ନିକଟରେ ବୁଲୁଛି ଭାଲୁ: ଲୋକେ ଆତଙ୍କିତ

ପାଟଣା,୧୫।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଶୁକ୍ରବାର ଏକ ଆହତ ବଣୁଆ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି ଅସୁସ୍ଥ ଥିବାରୁ ଠିକ ଭାବେ ଚାଲି ପାରୁନଥିବା ଦେଖିବାକୁ ମିଳିଛି। ଭାଲୁଟି କାହିଁକି ଛୋଟଇ ଛୋଟେଇ ଚାଲୁଛି ଏବଂ ଆହତର କାରଣ ଜଣା ପଡ଼ିନାହିଁ। ଭାଲୁର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। କେନ୍ଦୁଝରରୁ ଏକ ଡାକ୍ତରୀ ଟିମ ଆସି ଭାଲୁର ଚିକିତ୍ସା କରାଯିବ ବୋଲି ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ କହିଛନ୍ତି।