କବିସୂର୍ଯ୍ୟନଗର ସହରରେ ଭାଲୁ : ଭିଡିଓ ଭାଇରଲ

କବିସୂର୍ଯ୍ୟନଗର,୮ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୁରୁଣା ଥାନା ନିକଟରେ ବୁଧବାର ରାତିରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କବିସୂର୍ଯ୍ୟନଗର ସହରର ଜଣେ ଯୁବକ କୌଣସି କାମରେ ଛତ୍ରପୁର ଯାଇଥିଲେ। ସେଠାରୁ କାମ ସାରି ସେ ନିଜ ଗଁାକୁ ଫେରୁଥିବା ବେଳେ ପୁରୁଣା ଥାନା ନିକଟସ୍ଥ ଏକ କାର ଗ୍ୟାରେଜ ସମ୍ମୁଖରେ ଭାଲୁ ବୁଲୁଥିବା ଦେଖି ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ସହରରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ ଶୀଘ୍ର ବନ ବିଭାଗ ଉକ୍ତ ଭାଲୁକୁ ଉଦ୍ଧାର କରିବା ପାଇଁ ଜନସାଧାରଣ ଦାବି ହୋଇଛି।