ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି ଗ୍ରାମରେ ଏଭଳି ଘଟଣା ଘଟିଛି ।
ସକାଳ ସମୟରେ ଏକ ବିରାଟକାୟ ଭାଲୁ  ତାଳଗଡି ଗ୍ରାମକୁ ପଶି ଆସିଥିଲା। ଏହି ସମୟରେ ଶୌଚ ନିମନ୍ତେ ଯାଇଥିବା ବୃଦ୍ଧା ରାନୀ ନାଏକ ଏବଂ ଯୁବକ ସୁମତ ଖଣ୍ଡେଇଙ୍କୁ ଅଚାନକ ଆକ୍ରମଣ କରିଥିଲା। ଭାଲୁଟି ଉଭୟଙ୍କୁ ଆକ୍ରମଣ କରିଥିବା ବେଳେ ରାନୀ ନାଏକଙ୍କ ମୁହଁ ଖଣ୍ଡିଆ କରି ପକାଇଥିବା ବେଳେ ସୁମତଙ୍କ ଗୋଡ଼କୁ କାମୁଡି ଦେଇଛି। ସେହିପରି କମଳାକାନ୍ତ ନାଏକ ନଦୀ ନିକଟରେ ଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରି ଗୁରୁତର କରିଛି। ତେବେ ଭାଲୁ ଆକ୍ରମଣ କରିବାରୁ ଉଭୟ ଚିତ୍କାର କରିଥିଲେ, ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଭାଲୁଟି ୩ ଜଣଙ୍କୁ ଗ୍ରାମର ଅଲଗା ଅଲଗା ସ୍ଥାନରେ ଆକ୍ରମଣ କରିଥିବା ବେଳେ ଉଭୟଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଗ୍ରାମବାସୀ ଭାଲୁକୁ ଘଉଡ଼ାଇବାରୁ ଭାଲୁଟି ନିକଟସ୍ଥ ହୁଡ଼ିକୁ ଚାଲିଯାଇଛି।
Dharitri – Odisha’s No.1 Odia Daily

Share