ଚାଷୀଙ୍କୁ ଭଲ ରୋଜଗାର ଦେଉଛି ବିନ୍‌, ଏବେ ଦର ଖସୁଥିବାରୁ ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): ରାଜଧାନୀ ଭୁବନେଶ୍ୱର ହେଉ କି ରାଜ୍ୟର ଅନ୍ୟ ସହର ହେଉ ସବୁଠି ପନିପରିବା ମଧ୍ୟରେ ରାଇକିଆ ବିନ୍‌ର ଚାହିଦା ଅନ୍ୟତମ । ଏବେ ରାଇକିଆ ବିନର ବିହନକୁ ନେଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଉଥିବା ଓ ଚାଷୀଙ୍କୁ ଭଲ ରୋଜଗାର ଦେଉଥିବା ଜଣାପଡିଛି। ସୁସ୍ବାଦ ଏହି ବିନ୍‌ ଚାଷ କରି ୫ ଟି ପଞ୍ଚାୟତର ୨ ଶହ ୧୦ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିସାରିଲେଣି । ବାଡାବାଙ୍ଗା, ପ୍ଲୁହେରି ଓ ଗ୍ରୀନବାଡି ପଞ୍ଚାୟତରେ ସର୍ବାଧିକ ଏହି ଚାଷ ହେଉଛି । ତେବେ ଧୀରେ ଧୀରେ ବିନ୍‌ର ଦର ଖସୁଥିବାରୁ ଚାଷୀ ମହଲରେ ଚିନ୍ତା ଦେଖାଯାଇଛି।