ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଯୋଗାଣ ବିଭାଗ ପତ୍ର ସଂଖ୍ୟା ୨୩୩/ଏକ୍ସଭିଆଇଆଇ/ଏଚଏସଡିରେ ବ୍ଲକ ଅଞ୍ଚଳରେ ତହସିଲଦାରଙ୍କ ନେତୃତ୍ୱରେ କମିଟିରେ ବ୍ଲକ ଯୋଗାଣ ନୀରିକ୍ଷକ, ଅତିରିକ୍ତ ବିଡିଓ, ଏକୁଜୁଟିଭ ଅଫିସରଙ୍କୁ ନେଇ କମିଟି ନିୟମିତ ଭାବେ ପେଟ୍ରୋଲ ଟାଙ୍କି, ଗ୍ୟାସ ଡିପୋ ଓ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଷ୍ଟକ ପରିମାଣ, ଦର, ଗ୍ରାହକଙ୍କ ଅଭିଯୋଗ ଯାଞ୍ଚ କରିବେ।

ଏଥିସହ କଳାବଜାର ଦୃଷ୍ଟି ଗୋଚର ହେଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ବ୍ଲକସ୍ତରୀୟ ଯାଞ୍ଚ କମିଟି ପୋଲିସର ସହାୟତା ନେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

Share