ଅଧିକାଂଶ ମହିଳା ଆଲକହଲ୍ ପିଉଥିବା ଦେଖିବାକୁ ମିଳୁଛି । ହେଲେ ଆପଣ ଜାଣନ୍ତି କି ଏହା ନା କେବଳ କ୍ୟାନ୍ସର, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ବରଂ ତ୍ୱଚା ପାଇଁ ମଧ୍ୟ ଏହା କ୍ଷତିକାରକ…
ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଆଲ୍କହଲ୍ ଶରୀର ପାଇଁ କ୍ଷତିକାରକ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ତ୍ୱଚା କୁଣ୍ଡେଇହେବା, ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। ଏହା ଡ୍ରାଏ ସ୍କିନ୍ ସମସ୍ୟା ସହ ଆଖି ଲାଲ୍ ପଡ଼ିବା ଏବଂ ଓଠ ଫାଟିବା ସମସ୍ୟାର ମୂଳ କାରଣ ସାଜିଥାଏ।
ଡବ୍ଲ୍ୟୁଏଚ୍ଓ ରିପୋର୍ଟ ମୁତାବକ ଦିନରେ ୧ ପେଗ୍ରୁ ଅଧିକ ଆଲ୍କହଲ୍ ପିଉଥିବା ମହିଳାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଫଳରେ ତ୍ୱଚାରେ ସହଜରେ ବିଭିନ୍ନ ରୋଗ ସଂକ୍ରମଣ ହୋଇଥାଏ। କେବଳ ଏତିକି ନୁହେଁ, ଏମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ (ସେନ୍ସିଟିଭ୍) ଥିବାରୁ କ୍ୟାନ୍ସର ଆଶଙ୍କା ବଢ଼ିଯାଏ।
ଆଲ୍କହଲ୍ ପିଇବା ଯୋଗୁ ଅନେକଙ୍କଠାରେ ନିଦ୍ରାହୀନତା ଦେଖାଯାଏ। ତ୍ୱଚାରେ ଲାଲ୍ ହୋଇ ଫଳିଯିବା, ଆଖିତଳ କଳା ପଡ଼ିବା, ମୁହଁ ଫୁଲିଯିବା ଭଳି ଲକ୍ଷଣ ଦେଖାଦିଏ।
ଏମାନଙ୍କଠାରେ ଅଧିକାଂଶ ସମୟରେ ହାଇବ୍ଲଡ୍ପ୍ରେସର ଏବଂ ନିଦ୍ରାହୀନତା ସମସ୍ୟା ଦେଖାଦେଇଥାଏ। କମ୍ ଶୋଇବା କାରଣରୁ ଆଖିତଳେ ଡାର୍କ ସର୍କଲ, ଏଜ୍ ଲାଇନ, ରିଙ୍କଲ୍ ମାର୍କ, ସ୍କିନ୍ ଟୋନ୍ ଡାର୍କ ହେବା ଭଳି ସମସ୍ୟା ଦେଖାଦିଏ।
ଆଲ୍କହଲ୍ ଶରୀରରେ ଅଧିକ ହିଷ୍ଟାମାଇନ୍ ନିର୍ଗତ କରିଥାଏ। ତେଣୁ ତ୍ୱଚାର ତଳଭାଗରେ ଥିବା ବ୍ଲଡ୍ ଭେଜେଲ୍ ଫୁଲିଯାଇଥାଏ। ଫଳରେ ମୁହଁ ଓ ପୂରା ଶରୀର ମୋଟା ଦେଖାଯାଏ।