ଆଣ୍ଟିବାୟୋଟିକ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌ ହୋଇପାରେ..

କେତେକ ରୋଗରୁ ଉପଶମ ପାଇବା ଲାଗି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ରୋଗର କାରଣକୁ ଭଲ ଭାବରେ ତର୍ଜମା କରି ସେ ଏଭଳି ନିଷ୍ପତ୍ତି ନେଇଥାଆନ୍ତି। ତେଣୁ କୌଣସି ରୋଗ ବିଷୟରେ ଡାକ୍ତରଙ୍କ ସହ ପରାମର୍ଶ କରୁଥିବା ବେଳେ ନିଜର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ତାଙ୍କୁ ବିଶଦ ଭାବରେ ଅବଗତ କରାନ୍ତୁ। କେତେକ ବ୍ୟକ୍ତି ରୋଗରୁ ଉପଶମ କରିବା ମାତ୍ରେ ଆଣ୍ଟିବାୟୋଟିକ୍‌ ଖାଇବା ମନକୁ ମନ ବନ୍ଦ କରିଦିଅନ୍ତି। ହେଲେ ଏଭଳି ଅଭ୍ୟାସ ବଦଳାନ୍ତୁ। ଏ ନେଇ ମନରେ କିଛି ପ୍ରଶ୍ନ ଥିଲେ ଡାକ୍ତରଙ୍କ ସହ ପୁନଃ ପରାମର୍ଶ କରନ୍ତୁ। ଯେତେଦିନ ପର୍ଯ୍ୟନ୍ତ ସେ ଆଣ୍ଟିବାୟୋଟିକ୍‌ ଖାଇବାକୁ ପରାମର୍ଶ ଦେଇଛନ୍ତି ତାହାକୁ ସେପର୍ଯ୍ୟନ୍ତ ଚାଲୁ ରଖନ୍ତୁ। ଔଷଧ ବିଷୟରେ ମନରେ କିଛି ବି ପ୍ରଶ୍ନ ଆସୁଥିଲେ ସେଗୁଡ଼ିକୁ ପରାମର୍ଶ ସମୟରେ ହିଁ ସମାଧାନ କରନ୍ତୁ। ସବୁଠାରୁ ଖାସ୍‌ କଥା ହେଲା, ଆଣ୍ଟିବାୟୋଟିକ୍‌ ମନକୁ ମନ କିଣି ଖାଆନ୍ତୁ ନାହିଁ। ଏହାପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 

Dharitri – Odisha’s No.1 Odia Daily