Categories: HomeHome Left

IPL 2025 ମଧ୍ୟରେ ବିସିସିଆଇର ବଡ଼ ଆକ୍ସନ: ଏହି ଫ୍ରାଞ୍ଚାଇଜର ମାଲିକଙ୍କୁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ (IPL 2025)ର ୧୮ତମ ସଂସ୍କରଣ ବର୍ତ୍ତମାନ ଭାରତରେ ଖେଳାଯାଉଛି। ଏହା ବିଶ୍ୱର ସବୁଠାରୁ ବଡ଼ T20 କ୍ରିକେଟ ଲିଗ। ଏହା ଭାରତର ବିଭିନ୍ନ ସହରରେ ମୋଟ ୧୦ଟି ଦଳ ମଧ୍ୟରେ ଆୟୋଜିତ ହେଉଛି। ଏହି ସମୟରେ, ଏକ ବଡ଼ ଖବର ଆସିଛି, ମ୍ୟାଚ ଫିକ୍ସିଂ କରିବାକୁ ଚେଷ୍ଟା କରିବା ପାଇଁ BCCI ମୁମ୍ବାଇ T20 ଲିଗ ଦଳର ପୂର୍ବତନ ସହ-ମାଲିକ ଗୁରମିତ ସିଂହ ଭାମରାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଛି।

ରିପୋର୍ଟ ଅନୁସାରେ, ବିସିସିଆଇ ଲୋକପାଳ ବିଚାରପତି ଅରୁଣ ମିଶ୍ର ମୁମ୍ବାଇ ଟି-୨୦ ଲିଗ ଦଳର ପୂର୍ବତନ ସହ-ମାଲିକ ଗୁରମୀତ ସିଂହ ଭାମରାଙ୍କୁ ନିଷିଦ୍ଧ କରିଛନ୍ତି। ୨୦୧୯ରେ ଖେଳାଯାଇଥିବା ଦ୍ୱିତୀୟ ସଂସ୍କରଣ ସମୟରେ ମ୍ୟାଚ ଫିକ୍ସିଂ ପାଇଁ ତାଙ୍କ ଉପରେ ଧୱଲ କୁଲକର୍ଣ୍ଣି ଏବଂ ଭାବିନ ଠକ୍କରଙ୍କ ସହ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି। ଧୱଲ ଜଣେ ଜଣାଶୁଣା ମୁହଁ, ଯିଏ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି କିନ୍ତୁ ଏବେ ଅବସର ନେଇସାରିଛନ୍ତି। ସେ ଭାରତ ପାଇଁ ୧୨ଟି ଦିନିକିଆ ଏବଂ ୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳିଛନ୍ତି।

ଗୁରମିତ୍‌ ମଧ୍ୟ GT20 କାନାଡା ଲିଗ ସହିତ ଜଡିତ ଥିଲେ, ଯାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ସେ ଆଉ ମୁମ୍ବାଇ ଟି-୨୦ ଲିଗରେ ମଧ୍ୟ ସାମିଲ ନାହାନ୍ତି। ଭାମରା ସୋବୋ ସୁପରସୋନିକ୍ସର ସହ-ମାଲିକ ଥିଲେ। ଏହି ଆଦେଶରେ ତାଙ୍କୁ କେତେ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି ତାହା ଉଲ୍ଲେଖ ନାହିଁ। କିନ୍ତୁ ବିସିସିଆଇର ଦୁର୍ନୀତି ନିବାରଣ ସଂହିତା ଅନୁଯାୟୀ, ଏହା ୫ ବର୍ଷରୁ ଆଜୀବନ ନିଷେଧ ପର୍ଯ୍ୟନ୍ତ ହୋଇପାରେ।

ମୁମ୍ବାଇ ଟି-୨୦ ଲିଗର ପ୍ରଥମ ସଂସ୍କରଣ ୨୦୧୮ରେ ଖେଳାଯାଇଥିଲା, ତା’ପରେ ଏହାର ଦ୍ୱିତୀୟ ସଂସ୍କରଣ ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୯ରେ ଖେଳାଯାଇଥିଲା। କିନ୍ତୁ ଏହା ପରେ, କୋରୋନା ଟୁର୍ନାମେଣ୍ଟକୁ ପ୍ରଭାବିତ କରିଥିଲା, ଯାହା ପରେ ଏହି ଲିଗ ଖେଳାଯାଇ ନଥିଲା। ଏହି ବର୍ଷ ଟୁର୍ନାମେଣ୍ଟର ତୃତୀୟ ସଂସ୍କରଣ ଖେଳାଯିବ, ଯାହାର ବ୍ରାଣ୍ଡ ଆମ୍ବାସାଡର ରୋହିତ ଶର୍ମା। ରୋହିତ ନିକଟରେ ଟ୍ରଫି ମଧ୍ୟ ଉନ୍ମୋଚନ କରିଥିଲେ। ଆଶା କରାଯାଉଛି ଯେ, ଏହି ଲିଗ 2025 IPL ଶେଷ ହେବା ପରେ ଆରମ୍ଭ ହେବ।