Categories: Home Leftଖେଳ

ତଦନ୍ତ ପାଇଁ ଏଜେନ୍ସି ନିଯୁକ୍ତ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୨।୨: ସାକ୍ଷାତ୍‌କାର ପାଇଁ ଜଣେ ଜର୍ନାଲିଷ୍ଟ ଧମକ ଦେଉଥିବା ହ୍ବାଟ୍ସଆପ୍‌ ଚାଟ୍‌ ସ୍କ୍ରିନଶଟ୍‌କୁ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଛି। ତାଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ଏକ ବେସରକାରୀ ଏଜେନ୍ସିକୁ ନିଯୁକ୍ତ କରିବାକୁ ଯୋଜନା କରୁଛି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)।

ବିସିସିଆଇର ଶୀର୍ଷ ଅଧିକାରୀ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ବିଶ୍ୱାସ କରନ୍ତି ଯେ, ଖେଳାଳି, ଚୟନକର୍ତ୍ତା, କୋଚ୍‌, ସପୋର୍ଟ ଷ୍ଟାଫଙ୍କ ଅଭିଯୋଗର ତଦନ୍ତ କରାଯିବ ଉଚିତ।

“ଏହା କେବଳ ଶାହାଙ୍କ କଥା ନୁହେଁ। ପ୍ରତ୍ୟେକ ଖେଳାଳିଙ୍କ ସମସ୍ୟା ଶୁଣାଯିବା ଉଚିତ। ଏହି ପ୍ରକ୍ରିୟା ପାଇଁ ଏକ ନିରପେକ୍ଷ ପାର୍ଟି ଦରକାର। କିନ୍ତୁ ଏଥି ଲାଗି ପ୍ରତ୍ୟେକ ଅଂଶୀଦାର ରାଜି ହେବା ଦରକାର। କିଛି ଖେଳାଳିମାନେ ତାଙ୍କ ସମସ୍ୟା ଧରି ଗଣମାଧ୍ୟମ ନିକଟକୁ ଚାଲି ଯାଆନ୍ତି। ପ୍ରତ୍ୟେକଙ୍କ ପକ୍ଷ ପ୍ରମାଣ କରିବା ଉଚିତ। ଯଦି ସମସ୍ତେ ରାଜି ହୁଅନ୍ତି, ତେବେ ପ୍ରାଇଭେଟ୍‌ ଏଜେନ୍ସିକୁ ନିଯୁକ୍ତ କରାଯାଇପାରିବ” ବୋଲି ବିସିସିଆଇ ସୂତରୁ କୁହାଯିବ।

Share