ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍ (A+) କ୍ୟାଟେଗରି(ବର୍ଗ)କୁ ବାଦ୍ ଦିଆଯାଇଛି। ଏବେ କେବଳ ତିନୋଟି କ୍ୟାଟେଗରି ରହିଛି – ଏ, ବି ଓ ସି। ଶୁଭମନ ଗିଲଙ୍କ ସମେତ ୩ଜଣ ଖେଳାଳିଙ୍କୁ A ବର୍ଗରେ ରଖାଯାଇଛି। ଅପରପକ୍ଷେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଗ୍ରେଡ୍ Bରେ ରଖାଯାଇଥିବା ଦେଖାଯାଇଛି। ଫଳରେ ଉଭୟଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା ଲାଗିଛି। ପୂର୍ବରୁ ଦୁହେଁ ଏ ପ୍ଲସରେ ଥିଲେ।
ରୋହିତ ଏବଂ କୋହଲି ଟେଷ୍ଟ ଓ ଟି୨୦ରୁ ଅବସର ନେବା ପରେ ଏବେ କେବଳ ଓଡିଆଇ (ଦିନିକିଆ) ଫର୍ମାଟ ଖେଳୁଛନ୍ତି। ଏଣୁ ଦୁହିଁଙ୍କର ପଦଚ୍ୟୁତି ହୋଇଛି। ଅନ୍ୟପକ୍ଷରେ ଶୁଭମନ ଗିଲ, ଜସପ୍ରୀତ ବୁମରାହ ଓ ରବିନ୍ଦ୍ର ଜାଡେଜାଙ୍କୁ ଗ୍ରେଡ Aରେ ରଖାଯାଇଛି। ଜାଡେଜା ମଧ୍ୟ ମୁଖ୍ୟତଃ ଦୁଇ ଫର୍ମାଟ (ଟେଷ୍ଟ ଓ ଓଡିଆଇ) ଖେଳୁଛନ୍ତି, କିନ୍ତୁ ତାଙ୍କର ପରଫର୍ମାନ୍ସ ଆଧାରରେ ଟପ୍ ଗ୍ରେଡ୍ ମିଳିଛି।
ଚଳିତ ଥର ବିସିସିଆଇ ୩୦ ଜଣ ସିନିୟର ପୁରୁଷ ଖେଳାଳିଙ୍କୁ କଣ୍ଟ୍ରାକ୍ଟ ଦେଇଛନ୍ତି (ଗତ ବର୍ଷ ୩୪ ଥିଲେ)। ସେଥିରେ ୩ ଖେଳାଳି A ବର୍ଗରେ, ୧୧ ଖେଳାଳି B ବର୍ଗରେ ଏବଂ ୧୬ଜଣ C ବର୍ଗରେ ରହିଛନ୍ତି। ନୂଆ ଫିସ ଷ୍ଟ୍ରକ୍ଚରର ଆଧିକାରିକ ଘୋଷଣା ହୋଇନାହିଁ, କିନ୍ତୁ ପୂର୍ବରୁ:
ଏ ପ୍ଲସ: ୭ କୋଟି ଟଙ୍କା ବାର୍ଷିକ
ଏ: ୫ କୋଟି
ବି: ୩ କୋଟି
ସି: ୧ କୋଟି
ଏବେ A+ ହଟିବାରୁ ଟପ ଗ୍ରେଡ (ଏ)ର ଫିସ କେତେ ହେବ, ତାହା ସ୍ପଷ୍ଟ ନାହିଁ। ମ୍ୟାଚ ଫି’ ଅଲଗା ମିଳେ।
ଗ୍ରେଡ୍ ଏ (୩ ଜଣ ଖେଳାଳି):
- ଶୁଭମନ ଗିଲ୍
- ଜସପ୍ରୀତ ବୁମରାହ
- ରବିନ୍ଦ୍ର ଜାଡେଜା
ଗ୍ରେଡ୍ ବି (୧୧ ଜଣ ଖେଳାଳି):
- ଓ୍ୱାଶିଙ୍ଗଟନ ସୁନ୍ଦର
- ରୋହିତ ଶର୍ମା
- ବିରାଟ କୋହଲି
- କେଏଲ୍ ରାହୁଲ
- ମହମ୍ମଦ ସିରାଜ
- ହାର୍ଦ୍ଦିକ ପାଣ୍ଡ୍ୟା
- ଋଷଭ ପନ୍ତ
- କୁଲଦୀପ ଯାଦବ
- ଯଶସ୍ୱୀ ଜୟସ୍ୱାଲ
- ସୂର୍ଯ୍ୟକୁମାର ଯାଦବ
- ଶ୍ରେୟସ ଅୟ୍ୟର
ଗ୍ରେଡ୍ ସି (୧୬ ଜଣ ଖେଳାଳି):
- ଅକ୍ଷର ପଟେଲ
- ତିଲକ ବର୍ମା
- ରିଙ୍କୁ ସିଂହ
- ଶିବମ ଦୁବେ
- ସଞ୍ଜୁ ସାମସନ
- ଅର୍ଶଦୀପ ସିଂହ
- ପ୍ରସିଦ୍ଧ କୃଷ୍ଣା
- ଆକାଶ ଦୀପ
- ଧ୍ରୁବ ଜୁରେଲ
- ହର୍ଷିତ ରାଣା
- ବରୁଣ ଚକ୍ରବର୍ତ୍ତୀ
- ନିତୀଶ କୁମାର ରେଡ୍ଡୀ
- ଅଭିଷେକ ଶର୍ମା
- ସାଇ ସୁଦର୍ଶନ
- ରବି ବିଶ୍ନୋଇ
- ରୁତୁରାଜ ଗାଏକୱାଡ
ଏହି ପରିବର୍ତ୍ତନ ପରଫର୍ମାନ୍ସ, ଫର୍ମାଟ୍ରେ ଭାଗିଦାରୀ ଓ ଟିମ ବ୍ୟାଲାନ୍ସ ଆଧାରରେ ହୋଇଛି। ବିରାଟ ଓ ରୋହିତ ଭଳି ଲିଜେଣ୍ଡଙ୍କ ପାଇଁ ଏହି ‘ଡିମୋସନ’ ଫ୍ୟାନ୍ସଙ୍କୁ ନିରାଶ କରିପାରେ, କିନ୍ତୁ ବିସିସିଆଇ ନୂଆ ଜେନରେସନକୁ ପ୍ରୋମୋଟ କରୁଛି।
Dharitri – Odisha’s No.1 Odia Daily