Categories: Home Leftଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଯୋଗଦେବେ।

ଭାରତରୁ ବିସିସିଆଇ ସଭାପତି ମିଥୁନ ମନହାସ, ସମ୍ପାଦକ ଦେବଜିତ ସାଇକିଆ, ଉପସଭାପତି ରାଜୀବ ଶୁକ୍ଲା ଉପସ୍ଥିତ ରହିବେ। ଏଣୁ ଦୁଇ ବୋର୍ଡ ମଧ୍ୟରେ ଗତ କିଛି ସପ୍ତାହ ହେଲା ଚାଲିଥିବା ତିକ୍ତତା ଶାନ୍ତ ପଡ଼ିବ ବୋଲି ଆଶା କରାଯାଉଛି। ‘ଏହା ଆଇସିସିର ନିଷ୍ପତ୍ତି। ଆଇସିସିର ମୁଖ୍ୟ ଅଂଶୀଦାର ହେଉଛନ୍ତି ଏସିଆର ୫ ଦେଶ। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସମସ୍ତ ୫ ଏସିଆ ଦେଶର ପ୍ରତିନିଧି ଏକତ୍ରିତ ହୋଇ ମ୍ୟାଚ୍‌ ଦେଖିବା ଲାଗି ଆମନ୍ତ୍ରଣ କରାଯାଇଛି’ ବୋଲି ବୁଲବୁଲ କହିଛନ୍ତି।