ଗଞ୍ଜାମ,୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବ ପୀଠ ଅବସ୍ଥିତ l ଆଉ ମାତ୍ର ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ମାସ ପଡ଼ିବ। ଏଥିସହ ନଭେମ୍ବର ୫ରେ ଜିଲା ପ୍ରସିଦ୍ଧ ବଟେଶ୍ୱର ପୀଠରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ବଟେଶ୍ୱର ଐତିହ୍ୟ ସରକ୍ଷଣ ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, କମିଟି ସଭାପତି ପିତାମ୍ବର ସ୍ବଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, କୋଷାଧକ୍ଷ ନିରାକାର ଜେନା, ବୃନ୍ଦାବନ ପ୍ରଧାନ,ପବିତ୍ର ସ୍ବାଇଁ, ଶିବରାମ ପଲାଇ, ତ୍ରିନାଥ ରେଡି, ଚେନେୟା, କୃଷ୍ଣ ଚନ୍ଦ୍ର ସ୍ବାଇଁ,କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ l ଆରମ୍ଭରେ ପୂର୍ବ ବୈଠକର ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା।
ଅକ୍ଟୋବରରେ କାର୍ତ୍ତିକ ମାସ ପଡ଼ୁଥିବା ବେଳେ ପ୍ରତ୍ୟେକ ସୋମବାର ମନ୍ଦିର ପରିସରରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଆଇନ ଶୃଙ୍ଖଳା ଉପରେ ଅଧିକ ଧ୍ୟାନ ଦେବା ପାଇଁ ମତ ପ୍ରକାଶ ପାଇଥିଲା l ଏଥିସହ ପାର୍କିଂ ସ୍ଥଳରେ ମୋରମ ପକାଇ ସମତୁଲ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି l କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆସନ୍ତା ଅକ୍ଟୋବର ୨୮ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଯାତ୍ରା ଇନ୍ଦ୍ର ଭୁବନ ଟିକେଟ ଶୋ ଦ୍ୱାରା ନାଟକ ପରିବେଷଣ କରାଯିବ । ଏଥିପାଇଁ କଣ୍ଟିଆ ଗଡ଼ ଠାରୁ ଉଭୟ ରାସ୍ତା ସଫେଇ କରାଯିବl ଲାଗି ଆଲୋଚନା ହୋଇଛି। ଏଥିସହ ଆସନ୍ତା ନଭେମ୍ବର ୫ ରାସ ପୂର୍ଣ୍ଣମା ଅବସରରେ ବଟେଶ୍ୱର ପୀଠ ଠାରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଦୁଇଟି ରାମାୟଣ ନାଟକ ପରିବେଷଣ ହେବ। ଏଥିପାଇଁ ଅଗ୍ରିମ ଟଙ୍କା ଦେବାକୁ ସ୍ଥିର କରାଯାଇଥିଲା ।
ପ୍ରକାଶ ଯୋଗ୍ୟ, ପ୍ରତିବର୍ଷ ଏହି କାର୍ତ୍ତିକ ପୂର୍ଣମୀ ଓ ବାଲିଯାତ୍ରାକୁ ସ୍ଥାନୀୟ ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆ ଗଡ଼, ଖଟୁଆ କୁଦା, ମୟୁରପଦା, ଗୋଖର କୁଦା, ନୀଳାଦ୍ରିପୁର ଓ ପୋଡମ୍ପେଟା ଗ୍ରାମ ଯାତ୍ରା ପରିଚାଳନା କରି ଆସୁଛନ୍ତି।