ବସୁ ପ୍ରହରାଜଙ୍କ ଜୟନ୍ତୀ ସମାରୋହ

ପୁରୁଷୋତ୍ତମପୁର,୧୦।୨(ଡି.ଏନ୍‌.ଏ.): କିମ୍ବଦନ୍ତୀ ମହାପୁରୁଷ ବସୁ ପ୍ରହରାଜଙ୍କ ୩୨୯ତମ ଜୟନ୍ତୀ ସମାରୋହ ଶୁକ୍ରବାର ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ପ୍ରଧାନ ପଣ୍ଡିତ ମୋଚିରାମ ଦାଶ ଏହାର ସଂଯୋଜନା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭାର କୁଳ ସଚିବ ପ୍ରଫୁଲ କୁମାର ରଥ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍‌ ନଳିନୀକାନ୍ତ ମିଶ୍ର ଯୋଗଦେଇ ବସୁ ପ୍ରହରାଜଙ୍କ ଜୀବନୀ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏ.ରାଜୁ ଗୋପାଳ ରାଓ, ଲଡୁକିଶୋର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଛାତ୍ରୀଛାତ୍ର ଉପସ୍ଥିତ ରହିଥିଲେ।