ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ ହେବ। ଏହି ମେଳା ଉପଲକ୍ଷେ ଅରେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ ସ୍କୃତି ସମୀକ୍ଷା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସରପଞ୍ଚ ସୂଚନା ଦେଇ କହିଛନ୍ତି, ଆସନ୍ତା ୫ ତାରିଖରୁ ବ୍ୟବସାୟୀଙ୍କୁ ଷ୍ଟଲ ପାଇଁ ରସିଦ ପ୍ରଦାନ କରାଯିବ। ଚଳିତ ବର୍ଷ ଜାଗାର ମୂଲ୍ୟ ସ୍କୋୟାର୍ ଫୁଟକୁ ୧୨ ଟଙ୍କା ସାଧାରଣ ଦୋକାନୀ ଏବଂ ୧୪ ଟଙ୍କା ହୋଟେଲ ପାଇଁ ସ୍ଥିର କରାଯାଇଛି। ଅପେରାପାର୍ଟିରେ ନଗ୍ନତାକୁ ପ୍ରଶୟ ଦିଆଯିବନାହିଁ। ମେଳାରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ। ବିଶୃଙ୍ଖଳାକରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅରେଇ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ପଞ୍ଚାୟତ ନିର୍ୱାହୀ ଅଧିକାରୀ ଲୋପାମୁଦ୍ରା ପଣ୍ଡା, ଏଡିଇଓ ଅଭିରାମ ବିହାରୀ ପ୍ରମୁଖ ଉପସ୍ଥିତଥିଲେ।