ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି

ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍‌ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ବେଶଭୂଷା ସହ ଅସ୍ତ୍ରଶସ୍ତ୍ର ଧରି ବାଲିଗୁଡ଼ାରେ ଗର୍ଜନ କରିଛନ୍ତି। ନୂତନ ବ୍ଲକ ନାହିଁ ତ ଲୋକ ପ୍ରତିନିଧି ଓ ପ୍ରଶାସନକୁ ପ୍ରବେଶ ନାହିଁ ରଣ ହୁଙ୍କାରର ସହ ଗର୍ଜନ ସମାବେଶ କରିଛନ୍ତି। ଜାନୁଆରୀ ୧୦ରେ ସୁଡ୍ରା ଠାରେ ୮ ପଞ୍ଚାୟତ ଯଥା ବାରଖମା,ସୁଡ୍ରା, ରେବିଙ୍ଗିଆ, ସଲାଗୁଡା, ସିନ୍ଦ୍ରିଗାଁ, କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶତାଧିକ ଲୋକ ଓ ଲୋକ ପ୍ରତିନିଧି ଏକତ୍ରିତ ହୋଇ ଗାନ୍ଧୀ ଛକଠାରୁ ପାରମ୍ପରିକ ଭେଷ ଭୂଷା, ବାଦ୍ୟଯନ୍ତ୍ର ଓ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁ ଆରରେ ଶୋଭାଯାତ୍ର କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଗର୍ଜନ ସମାବେଶରେ ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁଙ୍କ ସମେତ ଉପସଭାପତି ବିଜେଶର ମଲ୍ଲିକ, ଜୟରାମ ଦଣ୍ଡିଆ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର, ରେବିଙ୍ଗିଆ ସରପଞ୍ଚ ରଞ୍ଜୁଳତା ମଲ୍ଲିକ, ସମିତିସଭ୍ୟ ସୁଗ୍ରୀବ ମଲ୍ଲିକ, ବାରଖମ ସରପଞ୍ଚ କୁମୁଦିନୀ ମଲ୍ଲିକ, ରକୁଟିକିଆ ସମିତିସଭ୍ୟ ଦୟାନିଧି ମଳିକ, ଖମନଖୋଲ ସରପଞ୍ଚ ଚାନ୍ଧୁଲାଲ ମଳିକ, ସମିତି ସଭ୍ୟ ହେମ ସାଗର ମାଝି ,ଦେବେନ୍ଦ୍ର କୁଦେଈ, ହିନ୍ଦୁ ପ୍ରଧାନ, ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ହେରଦ କୁମାର ନାୟକ ,ଉମା ଚରଣ ଦିଗାଳ,ସିଦ୍ଧେ ସର ଦିଗାଳ, ଦୟାନିଧି ଦିଗାଳ ଉମେଶ ଚନ୍ଦ୍ର ନାୟକ, ଅମୀୟ ପ୍ରଧାନ, ମିହିର କୁମାର ଦିଗାଳ, କର୍ତ୍ତା ଦିଗାଳ ପ୍ରମୁଖ ସାମିଲ ହୋଇଥିଲେ। ଦୀର୍ଘ ୪୦ ବର୍ଷ ପରେ ନୂତନ ଆଶା ସଞ୍ଚାର ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ବ୍ଳଜ ଗଠନ ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତ। ବାରଖମା ୧୫ ନମ୍ବର ଜିଲାପରିଷଦ ଜୋନ ଅଧୀନରେ ରହିଥିବା ୮ ପଞ୍ଚାୟତର ଜନସାଧାରଣଙ୍କ ମନରେ ଉତ୍ସାହ ଦେଖାଦେଇଛି। ବାରଖମାକୁ ନୂତନ ବ୍ଲକ ଗଠନ ପାଇଁ ଦୀର୍ଘ ୩ ବର୍ଷ ହେବ ବ୍ଲକ ସଂଗ୍ରାମ ମଞ୍ଚ ଦାବି କରି ଆସୁଥିଲେ। ପୂର୍ବରୁ ୨୦୨୪ ଫେବୃଆରୀରେ ପୂର୍ବତନ ସରକାରଙ୍କୁ ୮ ପଞ୍ଚାୟତର ଶହ ଶହ ଲୋକ ଆସି ଏକ ବିରାଟ ଶୋଭାଯାତ୍ରା କରି ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ କିଛି ସୁଫଳ ପାଇ ନ ଥିଲେ।