ଫସଲ ନଷ୍ଟ କଲେ ବାର୍‌ହାପଲ, କ୍ଷତିପୂରଣ ପାଇଁ ଦାବି କଲେ ଚାଷୀ

ଅମରପାଲି,୧୪।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାକୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଗତ ରାତିରେ ବାର୍‌ହାପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗ୍ରାମର ଭରତ ସାହୁ,ଶିବ ସାହୁ,ପ୍ରଶାନ୍ତ ସାହୁ,ସୁଶାନ୍ତ ସାହୁ,ରାଜେଶ ସାହୁ ପ୍ରମୁଖଙ୍କ ଧାନ ଫସଲକୁ ନଷ୍ଟ କରିଛନ୍ତି। ଜଙ୍ଗଲରୁ ବାର୍‌ହା ପଲ ଆସି ପ୍ରତ୍ୟହ ଧାନ ଫସଲ ନଷ୍ଟ କରିଥିଲେ ମଧ୍ୟ ଗତ ରାତିରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି। ଏନେଇ ଚାଷୀମାନେ ବନ ବିଭାଗକୁ ଅଭିଯୋଗ କରିବା ସହିତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

 

Dharitri – The Largest & Most Trusted Odia Daily