ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି । ବରଗଡ଼ ଜିଲା ବାଗବାଡି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ସହରସ୍ଥିତ ଯୋଶୀ ଆପାର୍ଟମେଣ୍ଟରେ ରହୁଥିବା ଡ଼ଃ ଗିରିଶ ଚନ୍ଦ୍ର ଦାଶ ଓ ତନୁଜା ଦାଶଙ୍କ ପୁଅ ଅଭିଳାଷଙ୍କ ଏହି ସଫଳତା ନେଇ ସେମାନେ ଖୁସି ପ୍ରକାଶ ପାଇଛି । ଏହା ସହିତ ବରଗଡ଼ ସହର ବାନ୍ଦୁଟିକ୍ରା ନିବାସୀ ପ୍ରିୟଙ୍କା ସାହୁ ୨୨୪ ଏବଂ ଗଣେଶ ନଗର ନିବାସୀ ସୌରଭ ମିତ୍ତଲ ୩୫ତମ ସ୍ଥାନରେ ରହି ସଫଳତା ଅର୍ଜନ କରିଛନ୍ତି। ବରଗଡ଼ ସହରର ୩ଜଣ ଓପିଏସସିରେ ସଫଳତା ହାସଲ କରିବା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି।