ଚାଲିଥିଲା ଦେହ ବ୍ୟବସାୟ, ମାଡି ବସିଲା ପୋଲିସ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏଭଳି ଅଭିଯୋଗ ଦୀର୍ଘ ଦିନରୁ ଚାଲି ଆସିଛି । ତେବେ ରବିବାର ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏଭଳି ଏକ ରାକେଟକୁ ଠାବ କରିଛି। ବରାହଗୋଡା କଲୋନୀ ପଡ଼ାରେ ପୋଲିସ ଏହି ରାକେଟକୁ ଧରିଛି । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପଦ୍ମା ନାଗ, ନିମାଇଁ ଚରଣ ତାଣ୍ଡି ଓ ଅର୍ପିତା ବେହେରା ବୋଲି ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ ୩ ଦେହଜୀବୀଙ୍କୁ ଉଦ୍ଧାର ପରେ ପୋଲିସ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 

Dharitri – The Largest & Most Trusted Odia Daily