ବରଗଡ଼ରେ ଚାଞ୍ଚଲ୍ୟ: ଗାଡ଼ି ଡିକିରୁ ଲୁଟିନେଲେ ୧୧ଲକ୍ଷ ଟଙ୍କା

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲିରେ ଚାଷୀଙ୍କ ସ୍କୁଟି ଡ଼ିକିରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଲୁଟ ଘଟଣାରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ପକାଲାପାଲି ଗ୍ରାମର ଦାସ ନିରୋଜ। ତାଙ୍କଠାରୁ ୯ ଲକ୍ଷ ୨୪ ହଜାର ୭୦୦ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆସ୍କା ଏବଂ ନୟାଗଡ଼ ଥାନାରେ ମଧ୍ୟ ପୂର୍ବରୁ ଅନେକ ମାମଲା ରହିଛି।
ତେବେ ଗତ ମାସ ୨୯ ତାରିଖ ବରପାଲି ଅଇଁଠାପାଲି ମା ସମଲେଶ୍ୱରୀ ପାଣିପଞ୍ଚାୟତର ସମ୍ପାଦକ କ୍ଷତିପତି ପ୍ରଧାନ ବରପାଲି ଷ୍ଟେଟ ବ୍ୟାଙ୍କରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଉଠାଇ ଏକ ସ୍କୁଟିରେ ରଖି ଏକ ଦୋକାନକୁ ଯାଇଥିବା ସମୟରେ ଅଭିଯୁକ୍ତ ଡ଼ିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ବରପାଲି ପୋଲିସ ସିସିଟିଭି ଆଧାରରେ ଆସ୍କା ପୋଲିସ ସହଯୋଗରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।