ବରଗଡ଼ ପୋଲିସର ବଡ଼ ଆକ୍ସନ: ପିସ୍ତଲ, ଗୁଳି ସହିତ ୧୫୦୦ କଫ ସିରପ ଜବତ, ବନ୍ଧା ହେଲେ ୧୫ ଅଭିଯୁକ୍ତ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ରହିଛି । ସୋମବାର ୧୫ଜଣିଆ ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ। ଗିରଫ ହୋଇଥିବା ଅପରାଧୀ ଗ୍ୟାଙ୍ଗ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାର ଅଭିଯୁକ୍ତମାନେ ରହିଛନ୍ତି। ସେମାନଙ୍କ ପାଖରୁ ୫ ଦେଶୀ ପିସ୍ତଲ, ୨୦ ଜୀବନ୍ତ ଗୁଳି, ୩ କ୍ୟାଟ୍ରିଜ, ୧୬ ମୋବାଇଲ, ୫ ଗାଡି, ନଗଦ ୫୭ହଜାର ୨୦୦ ଟଙ୍କା ଏବଂ ୧୫୦୦ କଫ ସିରପ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।