ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି। ଏହା ସହିତ ଗୋଟିଏ ବାଇକ, ଗୋଟିଏ ସ୍କୁଟି ଏବଂ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗତ କିଛିଦିନ ପୂର୍ବରୁ ମଧ୍ୟ ବରଗଡ଼ ସହରରୁ ବିପୁଳ ପରିମାଣରେ କଫ ସିରପ ଏବଂ ବ୍ରାଉନସୁଗାର ଜବତ ହୋଇଥିଲା। ନିଶା କାରବାର ଦମନରେ ପୋଲିସର ଏହି ଅଭିଯାନ ପରେ ଏଭଳି କାରବାର ଚଲାଇଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।