ଆକ୍ସନ ମୋଡରେ ବରଗଡ଼ ପୋଲିସ: ପିସ୍ତଲ, ଗୁଳି ସହ ପୁଣି ୨ ପେଶାଦାର ଅପରାଧୀଙ୍କୁ…

ବରଗଡ଼,୭।୧୦(ପ୍ରେମାନନ୍ଦ ଖମାରୀ )- ଆକ୍ସନ ମୋଡରେ ବରଗଡ଼ ଜିଲା ପୋଲିସ । ସୋମବାର ୫ ଦେଶୀ ପିସ୍ତଲ, ୨୦ ଗୁଳି ସହିତ ୧୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଏହାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ବରଗଡ଼ ଟାଉନ ଥାନା ପୋଲିସ ପୁଣି ୨ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ଜୟପୁରା ଗ୍ରାମର ଶେଖ ୱହିଦ ଅଲୀ(୩୫) ଏବଂ ସୋନପୁର ଜିଲା ଏସ୍‌. ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ତନ୍ମୟ ବାଗ(୨୫)। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ୪ଟି ଗୁଳି, ୩ଟି ମୋବାଇଲ ଆଦି ଜବତ ହୋଇଛି। ସ୍ଥାନୀୟ ଜୀରାନଦୀ ବ୍ରିଜ ନିକଟରେ ଅଭିଯୁକ୍ତମାନେ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ସୂଚନା ପାଇ ସେଠାକୁ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Trusted Odia Daily

Share