ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଉଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଶନିବାରରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ କଳାକାର ଚୟନ ରହିଛି । କଳାକାରମାନେ ବିଚାରକଙ୍କ ସମ୍ମୁଖରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଆସନ୍ତା ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ।

 

Dharitri – Odisha’s No.1 Odia Daily