ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ଅପରାହ୍ନ ୩ଟାରେ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧିଛକରୁ ବାହାରି ସହର ପରିକ୍ରମା ସହିତ ସମଲେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ। ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ ଦଳ ସାମିଲ ହୋଇଛନ୍ତି। ଧନୁଯାତ୍ରା ଉଦଘାଟନ ପୂର୍ବରୁ ସାଂସ୍କୃତିକ ଦଳର ନୂତ୍ୟ, ବାଦ୍ୟରେ ବରଗଡ଼ ସହର ଦୁଲୁକି ଉଠିଛି।