ବରଗଡ଼, ୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ଦୁର୍ବୃତ୍ତମାନେ ମାଟିରେ ଅଧା ଶରୀର ପୋତିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ଦେବରାଜ ପାଣିଗ୍ରାହୀ (୪୫) ବୋଲି ସୂଚନା ମିଳିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଇ ଥିବାବେଳେ ଶନିବାର ସକାଳୁ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତନାଘନା ଚଲାଇଛି। ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ଅଭିଯୁକ୍ତମାନେ ମଧ୍ୟ ଧରାପଡି ନାହାନ୍ତି। ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।